ଭୁବନ ସିଂ ଧନୱାର, “ଆମେ ଜାଣୁ ସେଦିନ ଆମେ କିପରି ଆପୋଷ ବୁଝାମଣା କରିଥିଲୁ, 80 ରେ, ଯେତେବେଳେ ଡ୍ୟାମ ପାଣିରେ ଭରିବା ଆରମ୍ଭ କଲା, ସେତେବେଳେ ଆମକୁ ସବୁକିଛି ଛାଡି ଏହି ପଥର ପର୍ବତକୁ ଦୌଡିବାକୁ ପଡିଲା। ତଳେ, ଆମର ଘର, ଚାଷଜମି, ଚାରଣଭୂମି, ପିଲାମାନଙ୍କ ଖେଳ ପଡିଆ, ସବୁକିଛି ଜଳମଗ୍ନ ହୋଇଯାଇଥିଲା।” ଧୀର ସାଇ କୁହନ୍ତି, “ଗୋଟିଏ ପଟେ ବଙ୍ଗୋ ଡ୍ୟାମର ନିର୍ମାଣ ଅଗଣିତ ଲୋକଙ୍କ ଜୀବନକୁ ଉନ୍ନତ କରିଥିଲାବେଳେ ଅନ୍ୟ ପଟେ ଆମ ଘର ନଷ୍ଟ ହୋଇଯାଇଥିଲା।”
ଛତିଶଗଡକୁ ଦିଆଯାଇଥିବା “ଚାଉଳ ପାତ୍ର” ଆଖ୍ୟାରେ ବାଙ୍ଗୋ ଡ୍ୟାମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି | ଏହି ବନ୍ଧଟି କୋରବା ଜିଲ୍ଲାର ହାସଦେବ ନଦୀ ଉପରେ ନିର୍ମିତ ଏବଂ ଏହା ହେଉଛି ଛୋଟ ଗାଁ ‘ରାନାଇ ପାହାଡ଼’ର କାହାଣୀ | ପିଲାମାନଙ୍କର ଶିକ୍ଷା ପାଇଁ ଏପର୍ଯ୍ୟନ୍ତ ଏଠାରେ କୌଣସି ଅଙ୍ଗନୱାଡି କେନ୍ଦ୍ର ନାହିଁ। ଏଠାରେ ଥିବା ଅନେକ ପଞ୍ଚାୟତ ଜଳମଗ୍ନତା ଦ୍ୱାରା ପ୍ରଭାବିତ ହୋଇଛି ଏବଂ ଏହି ସମଗ୍ର ଅଞ୍ଚଳ ଘଞ୍ଚ ଜଙ୍ଗଲ ଦ୍ୱାରା ଘେରି ରହିଛି ଯାହା ଛତିଶଗଡର ଅନ୍ୟତମ ଦୂରତମ ଅଞ୍ଚଳ ଅଟେ |
ହସଦେବ ନଦୀ କୂଳରେ ରହୁ ଥିବା ଅନେକ ଗ୍ରାମବାସୀ ନଦୀ ପାଣି ରେ ବୁଡ଼ିଯିବାରୁ ବଞ୍ଚିବା ପାଇଁ ଏବେ ପାଖରେ ଥିବା ବଡ଼ ପାହାଡ଼ ର ସାହାରା ନେଇ ଛନ୍ତି ।ଏହି ପାହାଡ଼ ଉପରେ ରହି ସେମାନଙ୍କ ର ବୁଡିବାର ଡର ତ ଦୁରେଇଗଲା କିନ୍ତୁ ଘଞ୍ଚ ଜଙ୍ଗଲ ଏବଂ ଗମନାଗମନ ର ସୁବିଧା ନଥିବାରୁ ଗ୍ରାମବାସୀ ପ୍ରାଥମିକ ସୁବିଧାରୁ ବଂଚିତ ହେଉଛନ୍ତି। ଶିକ୍ଷା ତତ୍ ମଧ୍ୟରୁ ଅନ୍ୟତମ।
ଭୁବନ ସିଂହ ଜୀ ବହୁତ୍ ନିରାଶ ର ସହିତ କୁହନ୍ତି ଯେ “ଆମେ ଯାହା ଯେମିତି କରି ପାହାଡ଼ ଉପରେ ଚଢ଼ି ଗଲୁ ଆଉ ସେଠି ଆମର କୁଡିଆ ବନେଇ ରହିବା ଆରମ୍ଭ କରି ଦେଲୁ।ଆମର ପୁରା ଜୀବନ ଜଙ୍ଗଲ ରେ ବୁଲି ବୁଲି ସରି ଗଲା ,ଆମେ ଭାବି ଥିଲୁ ଆମେ ପିଲା ମାନଙ୍କ ର ଭବିଷ୍ୟତ ମଧ୍ୟ ସେପରି ଭାବେ କରି ଯିବା”।ଏହି ଗାଁ ର ଯୁକେଶ ନିଜ ଅଭିଜ୍ଞତାରୁ କୁହନ୍ତି,” ସାଖେ ପଞ୍ଚାୟତ ରେ ଥିବା ଖୋଖର ପ୍ରାଥମିକ ବିଦ୍ୟାଳୟ ମୋ ଗାଁ ରୁ ପ୍ରାୟ ୧୦ କି.ମି ଦୁରତାରେ ଆସି ଥାଏ। ମୁଁ ଗାଁ ର ଅନ୍ୟ ପିଲା ମାନଙ୍କ ସହ ଯିବା ବେଳେ ଅଚାନକ ବହୁତ୍ ସାରା ହାତୀ ମାନଙ୍କ ର ଏକ ଗୋଠ ଆମ ସାମ୍ନା ରେ ଆସି ଠିଆ ହେଇଗଲେ।ସମସ୍ତେ ହାତୀ ମାନଙ୍କୁ ଦେଖିକି ଡର ରେ କମ୍ପିବାକୁ ଲାଗିଲୁ,ଯାହା ହେଉ ଭଗବାନ ଙ୍କ ଦୟା ରୁ କେହି ବି ହାତୀ ଆମର କିଛି କ୍ଷତି କଲେ ନାଇ।ଏହି ଘଟଣା ପରଠାରୁ ଏତେ ଦୂର ସ୍କୁଲ ଯିବା ଆମ ପାଇଁ ସମ୍ଭବ ନଥିଲା।”କିଛି ପିଲା ମାନେ ମୋ ପାଖରେ ବସି ଥିଲେ ମୁଁ ସେମାନଙ୍କୁ ପଚାରିଲି ସ୍କୁଲ ନ ଯାଇ ଦିନ ସାରା ସେମାନେ କେମିତି ସମୟ କାଟନ୍ତି? ଓମ୍ ପ୍ରକାଶ ଆଉ ଲକ୍ଷ୍ମୀ ଦୁଇ ଜଣ ଙ୍କ ବୟସ ୮ଏବଂ ୯ ବର୍ଷ ହେଇ ଥିବା କହିଲେ”ଜଙ୍ଗଲ ରୁ କାଠ ଆଣୁ ଆଉ ଗାଈଗୋରୁ ଚରାଉ “।ରାଧା କହିଲା ‘ ମୁଁ ଧବାଇ ଫୁଲ ଓ କୋଇଆଁ ଗୋଡ଼ି ଗୋଟେଈ ଆଣେ।ଛତିଶଗଡ ର ଜଙ୍ଗଲ ର ଏହା ଏକ ଔଷଧୀୟ ଗଛ। ଛତିଶଗଡ ର ଆଦିବାସୀ ମାନେ ଏହାକୁ ବାଜରେ ବିକ୍ରି କରି ନିଜର ଆୟ କରନ୍ତି,ଏହି ଅଞ୍ଚଳ ପାଇଁ ଏହା ଏକ ପ୍ରମୁଖ ଆୟ।
ଆସ୍ପାଆର ର ଆଗରୁ ବି ଏମିତିକା ବିଚ୍ଛିନ୍ନ ଅଞ୍ଚଳ ରେ ଶିକ୍ଷା ପାଇଁ କାମ କରିବାର ପୁରୁଣା ଅନୁଭୁତି ଅଛି। ଆସ୍ପାଆର୍ ୨୦୨୨ ମସିହା ଡିସେମ୍ବର ମାସ ରେ ଏହି ଅଞ୍ଚଳ ରେ କାମ ଆରମ୍ଭ କଳା ।କାମ ଆରମ୍ଭ ର ପ୍ରଥମ ବୈଠକ ରେ ହିଁ ଜଣ ପଡ଼ିଲା ଯେ ବଜରଙ୍ଗ ସିଂହ ପାଇକର ନାମକ ଏକ ସଂସ୍ଥା ଆଗରୁ ହିଁ ସଂଘର୍ଷ କରୁଛି।ବଜରଙ୍ଗ ସିଂହ ଯୀ କୁହନ୍ତି ଯେ”ବିଦିଶି ସଦ୍ୟଶ ହୋଇ ଥିବାରୁ ମୋର ପ୍ରଥମ କର୍ତ୍ତବ୍ୟ ପିଲା ମାନଙ୍କ ଶିକ୍ଷା ପ୍ରତି କାମ କରିବା ଏବଂ ଏମାନଙ୍କ ପାଇଁ ସ୍କୁଲ ଖୋଲିବା,ମୁଁ ସ୍କୁଲ ତ ଖୋଲି ପାରିଲି ନାହିଁ କିନ୍ତୁ କିଛି ପିଲା ମାନଙ୍କୁ ମୋ ସଂପର୍କୀୟ ଙ୍କ ଘରେ ରଖିକୀ ପାଠ ପଢ଼ଉଛି”।ବଜରଙ୍ଗ ଜି ଙ୍କ ଏତେ ଚେଷ୍ଟା କରିବା ପରେ ବି ଆସ୍ପାଇଆର୍ ୫୪ ଏମିତି ପିଲା ଙ୍କୁ ପାଇଲା ଯେଉଁମାନେ କେବେ ବି ସ୍କୁଲ୍ ଯାଇ ନାହାନ୍ତି।
ଆସ୍ପାଆର ସବୁ ବେଳେ ଚେଷ୍ଟା କରେ ଯେ ସ୍ଥାନୀୟ ଲୋକ ମାନେ ନିଜ ଅଞ୍ଚଳର ଶିକ୍ଷା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରାନ୍ତୁ ଏବଂ ସମସ୍ତେ ମିଶି ନିଜ ଅଞ୍ଚଳର ଉନ୍ନତି ଦିଗରେ ଆଗେଇ ଆସନ୍ତୁ।ଗ୍ରାମବାସୀ ଏବଂ ସ୍ଥାନୀୟ ଲୋକ ମାନଙ୍କ ଦ୍ଵାରା ଶିକ୍ଷା ଠୁ ବିଚ୍ଛିନ୍ନ ଥିବା ପିଲା ମାନଙ୍କୁ ଖୋଜାଇ ଏକ (Non Residential Bridge Course) ସେଣ୍ଟର୍ ଖୋଲା ଗଲା। ଏହି ସେଣ୍ଟର ରେ ଆସ୍ପାଇଆର ଦ୍ଵାରା ଦୁଇ ଟି ପ୍ରଶିକ୍ଷକ ଦିଆଗଲା।ପିଲା ମାନଙ୍କ ସୁବିଧା ଶିକ୍ଷା ପାଇଁ ଲାଇବ୍ରେରୀ ଓ ଶିକ୍ଷଣୀୟ ସାମଗ୍ରୀ ର ଉପଲବ୍ଧି କରା ଗଲା। ରମରତନ୍ ନାମକ ଜଣେ ଲୋକ ନିଜ ଘର ଏହି ସେଣ୍ଟର ଚଲେଇ ବା ପାଇଁ ଦେଲେ। ଏହିପରି ଭାବେ ପିଲା ମାନଙ୍କ ପାଠ ପଢା ଆରମ୍ଭ କରାଗଲା।ଶିକ୍ଷକ ଦ୍ଵାରା ପିଲା ମାନଙ୍କୁ ମନୋରଞ୍ଜନ୍ କରେଇ ବାକୁ କୌତୁହଳ ଗୀତ, ଗପ ଏବଂ ଚୁଟକୁଲା ସହିତ ରଙ୍ଗୋମେଟ୍ରି,ସଂଖ୍ୟାଗଲାନ ପରି ଗତିବିଧି ସବୁ କରାଗଲା।
ଦୁଇ ମାସ ପରେ ହିଁ ପିଲା ମାନଙ୍କ ଭିତରେ ଏକ ନୂତନ ଉତ୍ସାହ ଦେଖା ଗଲା,ଆକର୍ଷିତ ହେଇ ଜନ ପ୍ରତିନିଧି ଯେମିତିକି ବଜରଙ୍ଗ ସିଂହ ପାଇକାର (ବିଡ଼ିଶି ସଦ୍ୟାଶ),ପ୍ରିୟ ଅଗରୱାଲ୍ (MLA ପ୍ରତିନିଧି),ଅଶ୍ୱିନୀ କୁମାର୍ (ଥାନା ଅଧିକାରୀ) ମାନଙ୍କ ଦ୍ଵାରା ପିଲାମାନଙ୍କୁ ଜୋତା ପ୍ରଦାନ କରାଗଲା।ଗ୍ରାମବାସୀ ଙ୍କ ଭାଗିଦାରୀ ବାସ ଏତିକି ରେ ସୀମିତ ନଥିଲା,ଶିବ ଶଙ୍କର NRBC ଶିକ୍ଷକ କୁହନ୍ତି ଯେ,ଗ୍ରାମବାସୀ ଙ୍କ ଦ୍ଵାରା ଶିଶୁ ମହୋତ୍ସବ ବହୁତ୍ ଧୁମ୍ ଧାମ ରେ ମନା ଯାଇ ଥିଲା।ପ୍ରତି ମାସ ପିଲାମାନଙ୍କ ପ୍ରୋଗେସ ରିପୋର୍ଟ ଉପରେ ଆଲୋଚନା କରାଯାଏ।ଏହି ବୈଠକ ରେ ପିଲା ମାନଙ୍କ ଭଲ ପାଠ ପଢା ପାଇଁ କଣ ସବୁ ଦରକାର୍ ତ ଉପରେ ବି ଆଲୋଚନା କରାଯାଏ ଆଉ ଜନ ପଡ଼ିଲା କି ପିଲା ମାନଂକ ପାଇଁ ଏକ ବଡ଼ ଶ୍ରେଣୀଗୃହ ର ଆବଶ୍ୟକ।ଏକ ବଡ଼ ଶ୍ରେଣୀଗୃହ ପାଇଁ ଗ୍ରାମବାସୀ ଡ଼ାଲପତ୍ର, କାଠ ଏକାଠି କରି ଏକ ସୁନ୍ଦର କୁଡିଆ ତିଆରି କଲେ। ଆସ୍ପାଅର୍ ଆଗରୁ ହିଁ ମାନେ କି ଲୋକ ମାନଙ୍କ ପାଖରେ ସମସ୍ୟା କୁ ବଦଳେଇ ବାର ଇଚ୍ଛା ଶକ୍ତି ଅଛି ବାସ ଦରକାର୍ ଟିକେ ସହିଯୋଗ ର।
ଗ୍ରାମବାସୀ ଙ୍କର ଏହି ଏକତା ପାଇଁ ହିଁ ସମୁଦାୟ ର ଲୋକ ଏବଂ ଅଶିକ୍ଷିତ ଗ୍ରାମବାସୀ ମିଶି ନିଜ ଅଞ୍ଚଳରେ ଏକ ବିଦ୍ୟାଳୟ ର ନିର୍ମାଣ ପାଇଁ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ଦେବାରେ ସକ୍ଷମ ହେଲେ, କୋରବା ଜିଲ୍ଲାପାଳ NRBC ସେଣ୍ଟର ରେ ପଢ଼ୁ ଥିବା ସମସ୍ତ ପିଲା ମାନଙ୍କୁ ଶିକ୍ଷା ଆଇନ୍ ଅନୁସାରେ ଶିକ୍ଷା ର ମୁଖ୍ୟ ଧାରା ରେ ଯୋଡିବା ପାଇଁ ନିକଟସ୍ଥ ଏକ ସ୍କୁଲ ଜାହା କି ୬ କି.ମି ଦୂରରେ ଅବସ୍ଥିତ,ସେଠାରେ ନାମ ଲେଖିବାକୁ ନିର୍ଦେଶ ଦିଆଗଲା। ସ୍କୁଲ ର ଦୂରତା ଏତେ ଥିବାରୁ ଗ୍ରାମବାସୀ ସେଠାରେ ନିଜ ପିଲାଙ୍କୁ ପଥେଇବାକୁ ସିଧା ମନା କରି ଦେଲେ ଏବଂ କହିଲେ ୬ କି.ମୀ ର ଲମ୍ଭା ଜଙ୍ଗଲ ରାସ୍ତା ଏବଂ ଜଙ୍ଗଲି ପଶୁପକ୍ଷୀ ମାନଙ୍କୁ ସାମ୍ନା କରିକି ସ୍କୁଲ କେମିତି ଯିବେ?ଗ୍ରାମବାସୀ ମାନେ ଜିଦି କଲେ ଯେ ସେମାନଙ୍କ ଗ୍ରାମରେ ହିଁ ସ୍କୁଲ ନିର୍ମାଣ କର ଯାଉ।ଶେଷରେ ଜିଲ୍ଲାପାଳ ଲୋକ ଙ୍କ କଥା ମାନିବାକୁ ବାଧ୍ୟ ହେଲେ ଆଉ କହିଲେ ଯେ ପର୍ଯ୍ୟନ୍ତ ଉକ୍ତ ଗ୍ରାମରେ ସ୍କୁଲ ନିର୍ମାଣ ନାହେଇ ଛି,ପିଲାମାନେ ଏହି NRBC ସେଣ୍ଟର୍ ରେ ପଢ଼ିବେ ଏବଂ ସବୁ ସୁବିଧା ସ୍କୁଲ ରେ ସେଠି ଉପଲବ୍ଧ କରାଯିବ।
ରନାଇ ପାହାଡ଼ ର ଲୋକମାନେ ଏବେ ନିଜ କର୍ତ୍ତବ୍ୟ ଏବଂ ଆବଶ୍ୟକତା ପାଇଁ ଜାଗୃତ ହେଇ ଯାଇ ଛନ୍ତି।ସେମାନେ ଗାଁ ର ଏକ ବୋର୍ଡ ସଦ୍ୟସ୍ୟ ‘ ରମ୍ ରତନ୍ ଯି ‘ ଙ୍କୁ NRBC ସେଣ୍ଟର୍ ର ନିରୀକ୍ଷକ ଭାବେ ଦାୟିତ୍ଵ ଦେଇ ଛନ୍ତି। ରାମ ରତାନ୍ ଯି ଆସ୍ପାଆର୍ ର ସହୋଜୋଗରେ ଓଡ଼ିଶା ରେ ବିଦ୍ୟାଳୟ ପରିଚାଳନା କମିଟି ପ୍ରଦର୍ଶନ ର ଭାଗିଦାରୀ ମଧ୍ୟ ଥିଲେ,ସେ ୫ ଦିନ ଉକ୍ତ ବିଷୟରେ ଶିକ୍ଷ୍ୟା ମଧ୍ୟ ନେଇ ଛନ୍ତି। ରାମ୍ ରତନ ଙ୍କ ସ୍ତ୍ରୀ ମଧ୍ୟ ପ୍ରତିଦିନ NRBC ସେଣ୍ଟର୍ କୁ ପରିଦର୍ଶନ କରନ୍ତି ଏବଂ କିଛି ଭୁଲ ଦେଖିଲେ ତୁରନ୍ତ ଆସ୍ପିଆର୍ ର ପ୍ରମୁଖ ଙ୍କୁ ଜାଣନ୍ତି।
ଆଜିକୁ ପ୍ରାୟ ଦେଢ଼ ବର୍ଷ ହେଲା ଏହି ସେଣ୍ଟର୍ ଚଳୁଛି ଏବଂ ରନାଇ ପାହାଡ଼ ର ଗୋଟେ ବି ପିଲା ଏବେ ଶିକ୍ଷା ରୁ ବଞ୍ଚିତ ନାହାନ୍ତି।ପିଲାମାନଙ୍କ ପାଖରେ ଏବେ ବି ସରକାରୀ ବିଦ୍ୟାଳୟ ନାହିଁ କିନ୍ତୁ ଆସ୍ପାଆର ଏବଂ ହଂସ ଫାଉଣ୍ଡେସନ ମାଧ୍ୟମରେ ପିଲା ମାନେ ଏକ ଶିକ୍ଷା କ୍ଷେତ୍ର ପାଇ ଛନ୍ତି ଯାହାର ନାମ ‘ ରନାଇ NRBC ସେଣ୍ଟର୍ ‘। ଏହି ସେଣ୍ଟର୍ ପାଖରେ ମଧ୍ୟାହ୍ନ ଭୋଜନ ଠୁ ନେଇ କି ଡ୍ରେସ, ବାହିଖାତ,ପିଲାମାନଙ୍କ ପାଇଁ ଲାଇବ୍ରେରୀ ଆଉ ଖାଇବା ବନେଇ ବାକୁ ଏକ ଦିଦି ଅଛନ୍ତି,କହିବାକୁ ଗଲେ ସେ ସବୁ ସୁବିଧା ଅଛି ଯାହା ଗୋଟେ ବିଦ୍ୟାଳୟ ରେ ମିଳି ପାରିବ। ରାଧା ର ମା ମିରବାଇ କୁହନ୍ତି ଯେ”ଆମେ କେବେ ଭାବି ନଥିଲୁ ଏହି ଏତେ ବଡ ପାହାଡ଼ କୁ ଚଢିକି କଉ ସଂଗଠନ ଏଠିକି ଆସିବେ,ଆମ ପିଲାମାନଙ୍କୁ ପଢ଼େଇବ ଓ ନୂଆ ଦୁନିଆ ଦେଖେଇବା। ଓମପ୍ରକାସ (NRBC ର ଛାତ୍ର) ଙ୍କ ବାପା ଶିବରାମ କୁହନ୍ତି ଯେ ‘ ଆମ ପିଲାମାନେ ସ୍କୁଲ୍ ଯିବା ତ ଦୂର କଥା ସ୍କୁଲ ର ମୁଁହ ବି ଦେଖି ନଥିଲେ,ପାଠ କଣ ପଢ଼ିବେ,ସରକାରୀ ଲୋକ କିମ୍ବା ବାବୁ ମାନଙ୍କୁ ଦେଖି ଡରୁ ଥିଲେ,କିନ୍ତୁ ଏବେ ଆମ ପିଲା ମାନେ ପାଠ ପଢୁଛନ୍ତି,ବଦଳୁ ଛନ୍ତି ଏବଂ ତାଙ୍କ ସହ ଆମେ ବି ବଦଳୁଚୁ।
ରାନଇ ପାହାଡ଼ ବହୁତ୍ ଉଁଛ ସତ କିନ୍ତୁ ଲୋକମାନଙ୍କ ସାହସ ଠୁ ବଡ଼ ନୁହେଁ। ଆଜିକାର ସବୁଠୁ ବଡ଼ ଉପଲବ୍ଧି ଏଇଟା ଯେ ଗୋଟେ ଜାଗା ଯେଉଁଠାରେ ସରକାରୀ ବିଦ୍ୟାଳୟ ନଥାଇ ବି ପିଲାମାନେ ପାଠ ରୁ ବଞ୍ଚିତ ନାହାନ୍ତି। ଖାଲି ରାନଇ ପାହାଡ଼ ଗୋଟେ ନୁହେଁ ଏମିତିକା ଅନେକ ଆଦିବାସୀ ଗାଁ ଅଛି ଯେଉଁଠି ପିଲାମାନଙ୍କୁ ଏକ ଏପରି ସେଣ୍ଟର୍ ର ଦରକାର୍ ଅଛି ଯେଉଁଠି ସେମାନେ ବିନା ଭୟ ରେ,ଖୁସି ର ସହିତ ପାଠ ପଢ଼ିବେ ଏବଂ ସମାଜର ସବୁ ସ୍ରୋତରେ ନିଜକୁ ଯୋଡି ଏକ ଉତ୍ତମ ନାଗରିକ ଭାବେ ନିଜକୁ ଗଢିବାର ସୁଯୋଗ ପାଇବେ। ରାନଇ ପାହାଡ଼ ର ଲୋକ ମାନେ ଅଧା ଲଢେଇ ଜିତି ସାରିଥିଲେ ଯାହା ପାଇଁ ତାଙ୍କ ପିଲାମାନଙ୍କୁ ସରକାରୀ ସ୍କୁଲ ର ସୁବିଧା ଏବଂ ମଧ୍ୟାହ୍ନ ଭୋଜନ ମିଳୁଚି,ସରକାରୀ ସ୍କୁଲ ଏବଂ ସରକାରୀ ଶିକ୍ଷକ ପାଇବାର ଲଢେଇ ଏବେ ବି ଜାରି ରହିବ ଏବଂ ସେମାନଙ୍କ ସାହସ ସେମାନଙ୍କୁ ପ୍ରତି ସଫଳତା ଉପଲବ୍ଧ କରେଇବ।