ଅତି ସୀମିତ ସମ୍ବଳ ଥିବା ଏକ ନିଛାଟିଆ ଗାଁରେ  ବୀଣାପାଣି ମହାନ୍ତ ଅନେକ ସମସ୍ୟା ର ସମ୍ମୁଖୀନ ହୋଇଥିଲେ ଯାହା ତାଙ୍କ ପ୍ରଗତିରେ ବାଧା ସୃଷ୍ଟି କରି ପାରିଥାନ୍ତା | ତାଙ୍କ ଚାରିପାଖରେ ସମର୍ଥନ ଏବଂ ସୁଯୋଗର ଅଭାବ ସ୍ଵତେ ସେ ବାଧାବିଘ୍ନର ସମ୍ମୁଖୀନ କରିଥିଲେ ଯାହା ତାଙ୍କର ସ୍ଥିରତା ଏବଂ ନିଷ୍ଠା ପରୀକ୍ଷା କରିଥିଲା | ଆର୍ଥିକ ଅସୁବିଧାଠାରୁ ଆରମ୍ଭ କରି ସାମାଜିକ ଆଶା ପର୍ଯ୍ୟନ୍ତ ଏହି ଅସୁବିଧା ତାଙ୍କୁ ସହଜରେ ନିରାଶ କରିପାରି ଥାନ୍ତା, କିନ୍ତୁ  ବୀଣାପାଣି ସ୍ଥିର ରହିବାକୁ ବାଛିଥିଲେ, ମୁହଁରେ ଉଲ୍ଲେଖନୀୟ ଶକ୍ତି ପ୍ରଦର୍ଶନ କରି ସବୁ ସମସ୍ୟା ସହିତ ହସି ହସି ଲଢି ଥିଲେ।ଆସନ୍ତୁ ଜାଣିବା ଏପରି ଏକ ବ୍ୟକ୍ତି ଯିଏ ଅସୀମ ଧର୍ଯ୍ୟ ର ଉଦାହରଣ।
ବୀଣାପାଣି ଯୋଡ଼ା ବ୍ଲକର ଏକ କୃଷକ ପରିବାରର। ତାଙ୍କ ପିତାମାତା ମଧ୍ୟବର୍ତ୍ତୀ ସ୍ତର ପର୍ଯ୍ୟନ୍ତ ତାଙ୍କ ଶିକ୍ଷାକୁ ସମର୍ଥନ କରିଥିଲେ, କିନ୍ତୁ ଯେତେବେଳେ ସେ ତାଙ୍କ ପରୀକ୍ଷାରେ ଭଲ ନମ୍ବର ନ ରଖିବାରେ ସମ୍ମୁଖୀନ ହୋଇଥିଲେ, ସେମାନଙ୍କର ଦୃଷ୍ଟିକୋଣ ବଦଳି ଯାଇଥିଲା | ଅଧ୍ୟୟନ ଜାରି ରଖିବା ପରିବର୍ତ୍ତେ, ସେମାନେ ତାଙ୍କୁ ଶିକ୍ଷାଗତ କାର୍ଯ୍ୟ ଛାଡି ବିବାହରେ ପ୍ରବେଶ କରିବାକୁ ଚାପ ପକାଇଲେ |
ବିବାହ ପରେ, ବୀଣାପାଣି ଯୋଡ଼ା ବ୍ଲକ୍ ର ଏକ ଦୂର ଗ୍ରାମ ଚୋରମାଳଦା କୁ ସ୍ତାନତରିତ ହେଲେ। ଚୋର ମାଳଦା ଏକ ସିଳ୍ପପ୍ରମୁଖ ଜାଗା ହେଲେ ମଧ୍ୟ ପ୍ରାଥମିକ ସୁବିଧା ଯେପରିକି ରାସ୍ତା ଘାଟ  ଏବଂ ଇଣ୍ଟରନେଟ୍ ସେବା ରୁ ପୂର୍ଣ୍ଣ ରୂପେ ବଞ୍ଚିତ।ଅହରହ ବଡ଼ ବଡ଼ ମାଲବାହୀ ଗାଡ଼ି ଏହି ଅଞ୍ଚଳର ଏକ ପରିଚୟ।ପ୍ରଗତି ସେଠାକାର ଲୋକ ମାନଙ୍କ ଠୁ ବହୁତ୍ ଦୂରରେ, ବୀଣାପାଣି ଙ୍କ ସ୍ବାମୀ ପରି ଅନେକ ଶ୍ରମିକ ସେଠାରେ ଶିଳ୍ପପତି ଙ୍କ ଦରକାର୍ ହିସାବ ରେ ଚାକିରି ପାଆନ୍ତି ଏବଂ ଚାକିରି ହରାନ୍ତି।

ବାମ- ପିଲମାନେ ଏକା ସହ ପାଠ ପଢ଼ୁଛନ୍ତି, ଡାହାଣ- ବୀଣାପାଣି ନିଜ ଛୋଟିଆ ବଗିଚା ରେ କାମ କରୁଛନ୍ତି।

ପ୍ରଥମେ ବୀଣାପାଣି ଏକ ସମାଜର ନିୟମ କୁ ମାନି ଘର ର ଚାରି କାନ୍ଥ ମଧ୍ୟ ରେ ବନ୍ଧୀ ହୋଇ ରହିବା ପରି ଏକ ମହିଳା ଥିଲେ ।ତାଙ୍କର ପର୍ଥମା ସନ୍ତାନ ହେବା ଯାହା ସେ ସମାଜର ସବୁ ନୀତି ନିୟମ କୁ ମନିକି ଚାଲି ଥିଲେ।ତାଙ୍କ ଜୀବନ ଏକ ନୂତନ ମୋଡ଼ ସେତେବେଳେ ନେଲା ଯେତେ ବେଳେ ତାଙ୍କ ସ୍ଵାମୀ ଙ୍କୁ କର୍କର ଏବଂ କିଡନୀ ପଥରି ହେବା ଦ୍ବାରା କାର୍ଯ କରିବାରେ ଅସର୍ମଥ ଦର୍ଶାଇ କାରଖାନା ରୁ ବାହାର କରି ଦିଆ ଗଲା।ସ୍ବାମୀ ଙ୍କ ଦେହ ଖରାପ ଏବଂ ପାଖରେ ଚାଲିବାକୁ ପଇସାର ଅଭାବ ବାଧ୍ୟ କଳା ବୀଣାପାଣି ଙ୍କୁ ସବୁ ବାଧା ବିଘ୍ନ କୁ ଭାଙ୍ଗି ଘରୁ ଗୋଡ଼ କାଢି ବାକୁ।
ସ୍ବାମୀ ଙ୍କ ର ଚିକିତ୍ସା ଖର୍ଚ୍ଚ,ପିଲା ର ପାଠ ପଢା ଏବଂ ଘର ଖର୍ଚ୍ଚ ତୁଲାଇବାକୁ ତାଙ୍କ ପାଖରେ ପଇସା ର ଜଉ ଆବଶ୍ୟକତା ଥିଲା ତାକୁ ଦୁରେଇବାକୁ ତାଙ୍କ ପାଖରେ ଗୋଟେ ହିଁ ଚାକିରି ଥିଲା ଯାଉତାକି ଶ୍ରମିକ ର ଚାକିରି।ତାଙ୍କ ପାଇଁ କୌଣସି କାମ ଛୋଟ ନଥିଲା କିନ୍ତୁ ଶ୍ରମିକ ଚାକିରି ରୁ ଜଉ ପଇସା ମିଲୁ ଥିଲା ସେତିକି ରେ ସବୁ ଖର୍ଚ୍ଚ ତୁଲାଇବା ତାଙ୍କ ପାଇଁ ବହୁତ୍ କଷ୍ଠ ଥିଲା।ଅନୁତ୍ର ଅଧିକ ସମୟ କାମ କରିବାକୁ ଚେଷ୍ଟା କରି ସେ ପାଇଲେ ଗୋଟେ ସିଲେଇ ଫ୍ରୀ କୋର୍ସ୍ ଯାହା କି ତାଙ୍କ ଘର ଠୁ ୬ କିମି ଦୂର ଥିଲା।ନିଜ ଭାଗ୍ୟ ତାଙ୍କୁ କାମ କରିବାକୁ ସୁଯୋଗ ଦଉଛି ଭାବିକି ସେ ସେଇ ସିଲେଇ ଶିକ୍ଷା ଆରମ୍ଭ କଲେ,ବହୁତ୍ ଅଳ୍ପ ଦିନରେ ସେ ପ୍ରଶିକ୍ଷିତ ହୋଇ ବହୁତ୍ ଲୋକ ଙ୍କ ସିଲେଇ କରି ତାଙ୍କ ଅଞ୍ଚଳ ରେ ଆଉ ଏକ ପରିଚୟ ବନେଇବା ସହ ପଇସା ମଧ୍ୟ ଉପାର୍ଜନ କଲେ ଏବଂ ଅନେକ ଲୋକ ଙ୍କ ସାମ୍ନା କୁ ଆସିଲେ ।

ବାମ- ସ୍କୁଲ୍ ଯାଉଥିବାର ଦୃଶ୍ୟ… ଡାହାଣ- ପୋଷାକ ସିଲେଇ କରୁଥିବା ସମୟରେ ବୀଣାପାଣି ଏବଂ ତଳେ ବସି ପାଠ ପଢୁଥିବା ତାଙ୍କ ଝିଅ । ଏକ NGO ଦ୍ଵାରା ଚଳିତ ପ୍ରୋଗ୍ରାମ ମାଧ୍ୟମରେ ବୀଣାପାଣି ତାଙ୍କ ସିଲେଇ କାର୍ଯ ଶିଖି ଥିଲେ।

ସେହି ସିଲେଇ ପ୍ରଶିକ୍ଷଣ ମାଧ୍ୟମରେ ବୀଣା ASPIRE କୁ ଜାଣିଲେ।ପ୍ରଥମେ ବୀଣାପାଣି ASPIRE ରେ ଗ୍ରୀଷ୍ମ କାଳୀନ ଶିକ୍ଷକ ଭାବେ କାମ ଆରମ୍ଭ କଲେ।ସେହି ସମୟରେ ତାଙ୍କ ସ୍କୁଲ ଘର ଠୁ ୫ କିମି ଦୂର ରେ ଥିଲା ଏବଂ ଯିବା ରାସ୍ତା ଘନ ଜଙ୍ଗଲ ଭରା, ଅହରହ ମାଲଗଡି ଯିବା ଆସିବା ରାସ୍ତା ଥିଲା ଯାହାକି ପ୍ରତି ମୁହୂର୍ତ୍ତ ଏକ ବିପଦ ର ଆହ୍ବାନ।ନିଜ ୩ ବର୍ଷ ର ଝିଅ କୁ ଘରେ ଛାଡ଼ି ସେ ପ୍ରତି ଦିନ ୧୦ କିମି ରାସ୍ତା ଅତିକ୍ରମ କରି ଥିଲେ ଏବଂ ସଂଘର୍ଷ କରୁ ଥିଲେ।ତାଙ୍କର ପଢେଇବା ଶୈଳୀ ଏତେ ଭଲ ଥିଲା ଯେ ଗ୍ରାମ ଲୋକ ତାଙ୍କୁ ସବୁ ଦିନ ପିଲା ମାନଙ୍କୁ ପଢେଇବାକୁ ASPIRE ପାଖରେ ଅନୁରୋଧ କରି ଥିଲେ।ବୀଣାପାଣି ତେଣୁ ASPIRE ରୁ ମିଳୁ ଥିବା ପଇସା ରେ ନିଜର ଦ୍ଵାଦଶ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲେ ଏବଂ ଉକ୍ତ ସ୍କୁଲ ରେ  ASPIRE ର LEP ଶିକ୍ଷୟତ୍ରୀ ଭାବରେ ଯୋଗ ଦେଲେ।

ବାମ- ମୌସୁମୀ ସମୟର ଦୃଶ୍ୟ ଯେତେବେଳେ ରାସ୍ତା ଲାଲି ରଙ୍ଗ ରେ ଭରି ଯାଏ,କପଡା, ରାସ୍ତା ଚାରିଆଡ଼େ ଲାଳି ରଙ୍ଗ ଲାଗି ଯାଇଥାଏ, ଚପଲ୍ ରେ ସବୁ କାଦୁଅ ଲାଗିବା ଦ୍ଵାରା ରାସ୍ତା ସହ ଲାଗିରହେ। ଡାହାଣ- ବୀଣାପାଣି ପ୍ରତିଦିନ ନିଜର ଘର କାମ ସାରାନ୍ତି ଏବଂ ୫କିମି ରାସ୍ତା ଅତିକ୍ରମ କରି ସ୍କୁଲ୍ ଯାଆନ୍ତି,ଏହା ତାଙ୍କର ପ୍ରତିଦିନ ର କାମ।

ବୀଣାପାଣି ଏକ ସହ ଘର,ନିଜ ସ୍ବାମୀ ଙ୍କ ଚିକିତ୍ସା,ପିଲା ର ପାଠ ପଢା ୟ ସବୁ କୁ ତୁଲାଇ ପ୍ରତିଦିନ ୧୦ କିମି ରାସ୍ତା ଦେଇ ସ୍କୁଲ ଯାଉ ଥିଲେ ଏବଂ ପିଲା ମାନଙ୍କୁ ବହୁତ୍ ଭଳ ପଢେଇ କି ଆସୁ ଥିଲେ।ଏତେ ଗୁଡା କାମ ସେ ଏକ ସହ କେମିତି କରୁ ଥିଲେ ,ତାଙ୍କୁ ପଚାରି ବାରୁ ସେ ଅତି ଧୀର ସ୍ୱର ରେ କହିଲେ “ମ୍ୟାମ,ମୁଁ ବି ଗୋଟେ ମଣିଷ,ମତେ ବି ବିଶ୍ରାମ ଦରକାର୍ ହୁଏ,କିନ୍ତୁ ମୋ ପରିସ୍ଥିତି ମତେ କେବେ ବି ଥକିବାକୁ ଦିଆନାହିଁ,ଦରକାର କଥା ମୁଁ ମୋର ଖାଇବା ନନେଇ ସ୍କୁଲ୍ ପଳେଇ ଥିଲି,ଖରାଦିନ,ବହୁତ୍ ଭୋକ ରେ ମୁଁ ଅଚାନକ ବେହସ୍ ହୋଇ ଗଲି,ସେହି ସମୟ ରେ ସ୍ଥାନୀୟ ଲୋକ ମତେ ତାଙ୍କ ଘରକୁ ଉଠେଇ ନେଇ ଖାଇବାକୁ ଦେଲେ ଏବଂ ସେଇ ଦିନ ମୁଁ ବୁଝିଲି କି ମୁଁ ଜଉ ଅଞ୍ଚଲ କୁ ଏତେ କଷ୍ଟ କରି ଆସିଛି ତାର ଫଳ ସ୍ୱରୂପ ସେମାନେ ମତେ ଆଜୀ ନୂଆ ଜୀବନ ଦେଇ ମୋ ସାହସ କୁ ବଢେଇ ଦେଲେ,ଏବେ ମୁଁ ନିଡ଼ର,କେବେ ରହି ବିନି ,ଏହି ଅଞ୍ଚଳ ର ଉନ୍ନତି ନକରିବା ଯାୟେ “। ସେମାନଙ୍କ ସହଯୋଗ ମତେ କାମ କରିବାକୁ ନୂଆ ଆଶା ଯୋଗାଇ ଦେଲା।
ବୀଣାପାଣି ଙ୍କ କର୍ମଭୂମି ରେ ପୁରା ଆଦିବାସୀ ଲୋକ ଥିଲେ,ଶିକ୍ଷା ବହୁତ୍ ପଛରେ ଥିଲା।ବହୁତ୍ ପିଲା ବହୁତ୍ ସମୟ ରେ ସ୍କୁଲ ରୁ ଦୂରେଇ ରହୁ ଥିଲେ। ବୀଣାପାଣି LEP ପ୍ରୋଗ୍ରାମ ମାଧ୍ୟମରେ ପାଠ ପଢ଼େଇ ପିଲା ମାନଙ୍କୁ ପାଠ ନିକଟକୁ ଆଗ୍ରହୀ କରି ପାରିଥିଲେ, ଜଉ ପିଲାମାନେ ଅନୁପସ୍ଥିତି ରୁହନ୍ତି ବୀଣାପାଣି ସେମାନଙ୍କୁ ପ୍ରତି ଦିନ ଯାଇ ପ୍ରୋତ୍ସହନ ଯୋଗାଇ ଦିଅନ୍ତି। ପିତାମାତା ,ସମାଜର ବରିଷ୍ଠ ଲୋକ ମାନଙ୍କୁ ବୈଠକ କରି ପାଠ ର ଗୁରୁତ୍ଵ ବୁଝାନ୍ତି, ବୀଣାପାଣି ତାଙ୍କ କଠିନ ପରିଶ୍ରମ କରି ସ୍କୁଲ ର ଉପସ୍ଥିତ ହାର କୁ ୪୫% ରୁ ୯0% କୁ ପହଞ୍ଚେଇବା ରେ ସଫଳ ହେଲେ। ପିଲାମାନଙ୍କୁ ଅଧିକ ଶିକ୍ଷା ସହ ଯୋଡି ବାକୁ ସେ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ ଶିକ୍ଷଣୀୟ ସାମଗ୍ରୀ ବନେଇବାରେ ସଫଳ ହୋଇ ପାରିଲେ ଯାହା କି ସେ ASPIRE ଦିଆ ଯାଉଥିବା ଶିକ୍ଷଣ ମାଧ୍ୟମରେ ଶିଖିଥିଲେ।

ବାମ – ଖରା ଦିନେ ବହୁତ୍ ଗରମ ହୁଏ,୪୩ ଡ଼ିଗ୍ରୀ ଯାଏ ତାପମାତ୍ରା ପହଞ୍ଚି ଯାଏ ଓ ଏହି ସମୟରେ ଗଛର ଛାଇ ମଧ୍ୟ କାମ ଦିଏନି,ପାଣି ର ଦୁଇ ବୁନ୍ଦା ମୁଁହ ରେ ଲାଗିଲେ ଜୀବନ ଫେରିଗଲା ପରି ଲାଗେ। ଡାହାଣ – ପିଲାମାନଙ୍କର ପରୀକ୍ଷା ଖାତା ଚେକ୍ କରିବା ସମୟରେ।

ବାମ- ଗ୍ରାମର ଲୋକ ମାନକ ସହିତ ବୈଠକ କରିବା ସମୟରେ। ଡାହାଣ – ବେଳେବେଳେ ପିଲାମାନଙ୍କ ସହ ମା ବାପା ବି ପାଠ ସହ ଜଡ଼ିତ ହେବାର ସୁଯୋଗ ପାଇଥାନ୍ତି।

କୋରାନା ବିପତ୍ତି କାଳରେ ,ଯେତେବେଳେ ଶିକ୍ଷା ର ସ୍ଥର ନିମ୍ନତର ହୋଇ ଯାଇଥିଲା,ସେହି ସମୟରେ ମଧ୍ୟ ବୀଣାପାଣି ପ୍ରତିଦିନ ୧୦ କିମି ର ଦୁର୍ଗମ ରାସ୍ତା ଅତିକ୍ରମ ASPIRE” ମୌଳିକ ସାକ୍ଷରତା କ୍ୟାମ୍ପ”କରି ପିଲା ମାନଙ୍କୁ ପାଠ ପଢେଇବାରେ ସହଯୋଗ କରିବା ସହିତ,ସମାଜର ସମସ୍ୟା କୁ ସମାଧାନ କରିବାରେ ସାହାଯ୍ୟ କରିଥିଲେ।ଗ୍ରାମ ର ପ୍ରତି ଟି ପିଲା କୁ ସେ VER (ଗ୍ରାମ ଶିକ୍ଷା ରେଜିଷ୍ଟର) ମାଧ୍ୟମରେ ଟ୍ରାକ କରିଥିଲେ।ପ୍ରତି ମଙ୍ଗଳବାର ସେ ସ୍କୁଲ ଯାଇ ପିଲାମାନଙ୍କ ର ଉପସ୍ଥିତି ଅନୁଧ୍ୟାନ କରନ୍ତି ଓ ଗୁରୁବାର ସେହି ଅନୁପସ୍ଥିତି ଥିବା ପିଲାମାନଙ୍କ ଘର କୁ ଯାଇ ସେମାନଙ୍କ ଅନୁପ୍ଥିତିରେ ର କାରଣ ବୁଝି ତାଙ୍କୁ ପ୍ରତିଦିନ ସ୍କୁଲ ଆସିବାକୁ କୁହନ୍ତି।ସେହିପରି ପ୍ରତି ଶନିବାର ସେ ବୈଠକ ଡାକି ଗ୍ରାମର ଲୋକ ଏବଂ ପିଲାମାନଙ୍କୁ ଶିକ୍ଷା ର ଗୁରୁତ୍ଵ ବୁଝନ୍ତି।
ପରିସ୍ଥିତିକୁ ଖାତିର ନକରି ବୀଣାପାଣି ପ୍ରାୟତ  ଉଷ୍ମ ହସ ସହିତ ଦେଖାଯାଆନ୍ତି| ତାଙ୍କର ଦୈନନ୍ଦିନ ଦାୟିତ୍ ଗୁଡିକ ପୂରଣ କରିବା ପରେ, ସେ ବିଦ୍ୟାଳୟକୁ ଯାଆନ୍ତି, ଯେଉଁଠାରେ ସେ ଶିକ୍ଷାଦାନରେ ପୁରା ସକ୍ରିୟ ରୁହନ୍ତି,କେବେକେଲେ ଥକମୀ ତାଙ୍କ ମୁହଁରେ ଦେଖିବାକୁ ମିଳେ ନାହିଁ | ASPIRE ର ସହଯୋଗରେ ସେ ସ୍ନାତକ ସମାପ୍ତ କରିଥିଲେ ଏବଂ ବର୍ତ୍ତମାନ “ଫାଉଣ୍ଡେସନ ସାକ୍ଷରତା ଏବଂ ସଂଖ୍ୟା” (FLN) କାର୍ଯ୍ୟକ୍ରମରସେହି ଗ୍ରାମର ପିଲାମାନଙ୍କୁ ପାଠପଢାରେ ସହଯୋଗ କରୁଛନ୍ତି | ବୀଣାପାଣି ଏବେ କଉ ବି କଷ୍ଟ ପରିଥିତି କୁ ସାମ୍ନା କରିବାକୁ ଆଉ ଡରୁ ନାହାନ୍ତି,ସେ ଏବେ ଆହୁରି କ୍ଷମତାଶିଲ ହୋଇ ଯାଇଛନ୍ତି।

ବୀଣାପାଣି ଙ୍କ ଯାତ୍ର…

ବୀଣାପାଣି ପ୍ରତିଫଳିତ କରିଛନ୍ତି ଯେ, “ଜୀବନ ହେଉଛି ଏକ ବାଧାବିଘ୍ନରେ ପରିପୂର୍ଣ୍ଣ ରାସ୍ତା, ଏବଂ ଆମେ ସାମ୍ନା କରୁଥିବା ପ୍ରତ୍ୟେକ ସମସ୍ୟା ଏବଂ ବ୍ୟକ୍ତିଙ୍କଠାରୁ ଶିଖିବା ଆବଶ୍ୟକ | ଶିକ୍ଷକ ହେବା ପୂର୍ବରୁ ମୁଁ ଶ୍ରମିକ ଏବଂ ଘରୋଇ କାର୍ଯ୍ୟରେ ନିୟୋଜିତ ଥିଲି  ଆଉ ଜାଣି ବାକୁ ପାଇଥିଲୁ ଯେ  କୌଣସି କାର୍ଯ୍ୟ ଛୋଟ  ନୁହେଁ; ପ୍ରତ୍ୟେକେ କାର୍ଯ୍ୟ ସମାନ ପ୍ରତିବଦ୍ଧତା ଏବଂ ଉତ୍ସର୍ଗୀକୃତ ଆବଶ୍ୟକ କରନ୍ତି |’’ ମୋର ଧର୍ଯ୍ୟ ଏବଂ ସ୍ଥିରତା ହେତୁ ମୁଁ ଆଜି ଏତେ ବାଟ ଅତିକ୍ରମ କରି ଅନୁକୂଳ ପରିସ୍ଥିତି ରେ ଅଛି | ASPIRE ମୋ ଗାଁ ଭିତରେ ଏକ ନୂତନ ପରିଚୟ ଆବିଷ୍କାର କରିବାରେ ସାହାଯ୍ୟ କରିଛି |
ASPIRE ବୀଣାପାଣି ଙ୍କ ଅବଦାନ ପାଇଁ ଅଶେଷ କୃତଜ୍ଞ, ତାଙ୍କୁ ପ୍ରେରଣା ର ଏକ ଆଲୋକ ଭାବରେ ଗ୍ରହଣ କରିଛି| ଯଦିଓ ଏବେ ତାଙ୍କ ପାଖରେ ଏକ ଗାଡି କିଣିବାର ମାଧ୍ୟମ ଅଛି, ତଥାପି ସେ ପ୍ରତିଦିନ ୧୦ କିଲୋମିଟର ଚାଲିବାକୁ ପସନ୍ଦ କରନ୍ତି, ଯାହାକି ତାଙ୍କ କାର୍ଯ୍ୟ ଏବଂ ସମ୍ପ୍ରଦାୟ ପ୍ରତି ତାଙ୍କର ଅଦମ୍ୟ ଉତ୍ସର୍ଗକୁ ପ୍ରତିଫଳିତ କରିଥାଏ | ତାଙ୍କର ପ୍ରତିବଦ୍ଧତା ଏବଂ ସ୍ଥିରତା ଚ୍ୟାଲେଞ୍ଜକୁ ଦୂର କରିବା ଏବଂ ଅନ୍ୟମାନଙ୍କୁ ଉନ୍ନତ କରିବାରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଅବଦାନ ପାଇଁ ସେ ସମଗ୍ର ଗ୍ରାମରେ ଏବଂ ASPIRE ପାଖରେ ସମ୍ମାନ ର ପାତ୍ର ହୋଇପାରି ଛନ୍ତି।